• translate
Prangyan Parimita
  • ଦୀର୍ଘ ୧୫ ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ  
  • ହଜିଲା ପୁଅକୁ ପାଇ ଗାଁରେ ଭାବବିହ୍ୱଳ ପରିବେଶ
  • କେନ୍ଦ୍ରାପଡା ଜିଲ୍ଲା ଆଳି ରାଏସପୁର ଗାଁରେ ଆନନ୍ଦର ଲହରୀ
  • ଯାତ୍ରା ଦେଖିବାକୁ ଯାଇ ହଜିଯାଇଥିଲେ ଦୀନବନ୍ଧୁ 

ଆଳି,କୋଣାର୍କଅ(ବନମାଳୀ ସାହୁ,ସଂଜୟ ପତି) : ନିଖୋଜ ପୁଅ ଘରକୁ ଫେରିଲା । ନିଖୋଜ ପୁଅକୁ ପାଇ ପରିବାରର ଖୁସି କହିଲେ ନସରେ ।  ୧୫ ବର୍ଷ ତଳେ କେଉଁଆଡେ ଚାଲିଯାଇଥିଲା ପୁଅ ।  ଘରଲୋକ ବହୁ ଖୋଜାଖୋଜି କରିବି କିଛି ପତ୍ତା ପାଇନଥିଲେ । କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ଘରକୁ ଫେରିଛି ନିଖୋଜ ପୁଅ  ଦୀନବନ୍ଧୁ । ହଜିଲା ପୁଅ ଘରକୁ ଫେରିବା ପରେ ଗାଁରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ପୁଅକୁ ପାଇ ବାପା, ମାଆ ଓ ପରିବାରର ଖୁସି କହିଲେ ନସରେ । କେନ୍ଦ୍ରାପଡା ଆଳି ବ୍ଲକ ରାଏସପୁର ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ଷେ କି ଦୁଇ ବର୍ଷର ଅପେକ୍ଷା ନୁହେଁ, ଇଏ ଦୀର୍ଘ ୧୫ ବର୍ଷ ଅପେକ୍ଷା ପରର ଖୁସି । ଆଉ ଆଖିରୁ ଧାର ଧାର ହୋଇ ବହିଯାଉଛି । ଲୁହ ବଖାଣୁଛି କେତେ ଖୁସି ଅଛି ମାଆଟିଏ, ନିଜ ଏକୋଇରା ବଳା ବିଶିକେସନକୁ ପାଖରେ ପାଇ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରାଏସପୁର ଗାଁରେ ସତେ ଯେମିତି ପାର୍ବଣର ମାହୋଲ । ଗାଁର ଫକୀର ମହାଳିକଙ୍କ ପୁଅ ଦୀନବନ୍ଧୁ ମଳିକ ଦୀର୍ଘ ୧୫ ବର୍ଷ ପରେ ଫେରିଛନ୍ତି ଘରକୁ । ଯାହାକୁ ନେଇ ଖାଲି ଗାଁ କାହିଁକି, ପୁରା ପଂଚାୟତରେ ଖେଳିଯାଇଛି ଆନନ୍ଦର ଲହରୀ । ଆଉଉ ଏମିତି ପରିବେଶରେ ମାଆର କୋହକୁ ଆଉ ସମ୍ଭାଳେ ବା କିଏ?

୧୫ ବର୍ଷ ତଳେ ପଟ୍ଟାମୁଣ୍ଡାଇ ମୂଳବସନ୍ତ ବଜାରରେ ଏକ ଦୋକାନରେ କାମ କରୁଥିଲେ ଦୀନବନ୍ଧୁ । ସେଠାରେ ଦିନେ ଯାତ୍ରା ଦେଖିବାକୁ ଯାଇ ଆଉଉ ଫେରିନଥିଲେ । ବର୍ଷ ପରେ ବର୍ଷ ବିତିଥିଲା ସିନା, କିନ୍ତୁ ପୁଅର ମିଳିନଥିଲା କୌଣସି ପତ୍ତା । ପୁଅ ମିଳିବାର ସବୁ ଆଶା ହରାଇ ବସିଥିଲେ ପରିବାର ଲୋକେ । ହେଲେ ହଠାତ୍ ଗତ ୪ ତାରିଖ ଦିନ ପତ୍ରପୁର ସରପଂଚଙ୍କୁ ପୁରୀ ଜିଲ୍ଲା ଗୋପ ବ୍ଲକ ବଇରୀପୁର ଗାଁରୁ ଆସେ ଖୁସିର ଖବର । ଗାଁର ଉମେଶ ଓ ସୁକାନ୍ତି ପରିଡା ଦୀନବନ୍ଧୁଙ୍କୁ ସେତେବେଳେ ପାଇ ଗଲା ୧୫ ବର୍ଷ ହେଲା ପାଳିତ ପୁଅ ଭାବେ ରଖିଥିବା କୁହନ୍ତି । ଏହାପରେ ସରପଂଚଙ୍କ ସହ ପରିବାର ଲୋକେ ଯାଇ ହଜିଲା ପୁଅ ଦୀନବନ୍ଧୁଙ୍କୁ ଗାଁକୁ ନେଇଆସିଥିଲେ ।

Other Stories