ନୀଳଗିରି ଛାଡ଼ିଲେ ଝାଡଖଣ୍ଡୀ ହାତୀ ପଲ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୧୦ ଦିନ ଧରି ଉପଦ୍ରବ କରିବା ପରେ ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବାରେ ବନ ବିଭାଗ ସଫଳ ହୋଇଛି।

ହାତୀ ଘଉଡ଼ାଇବାରେ ପୁଲିସ୍‌, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକେ ବନ ବିଭାଗକୁ ସାହାଯ୍ୟ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ ଯଡ଼ିବାଲି ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ସେଠାରୁ ଗୋପାଳପୁର ଜଙ୍ଗଲ ଦେଇ ପାଟଣା, କାଠପାଳ, ପୁନ୍ଦାଳ, ଦୁର୍ଗାଦେବୀ ଦେଇ ମୟୂରଭଞ୍ଜକୁ ପଠାଇବାର ଉଦ୍ୟମ ଚାଲିଛି।

ତେବେ ରାସ୍ତାରେ ଏହି ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।

ଏହି ହାତୀପଲ ଗତ ୧୩ ତାରିଖରୁ ନୀଳଗିରି ଅଞ୍ଚଳରେ ଆତଙ୍କ ଖେଳାଇ ଥିଲେ। ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିବା ମଧ୍ୟ ଜଣାପଡ଼ିଛି।

You might also like