ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ପ୍ରେମିକ ଛୁ, ୧୦ ଘଣ୍ଟା ପରେ ଉଦ୍ଧାର

ଅନୁଗୋଳ:ଭଲ ପାଉଥିଲେ। ଅନେକ ମିଠା ମିଠା କଥା କହି ସ୍ୱପ୍ନ ଦେଖାଉଥିଲେ। ପ୍ରେମିକର ମିଠା କଥାରେ ଭୁଲି ସବୁକିଛି ସମର୍ପି ଦେଇଥିଲା ପ୍ରେମିକା। ଶେଷରେ ବାହାହେବାକୁ ଜିଦ୍‌ କରିବାରୁ ପଞ୍ଚାୟତ ଅଫିସକୁ ଡାକି ନେଇ ବଳାତ୍କାର କରିବା ସହ ସେଠାରେ ବନ୍ଦ କରି ପଳାଇ ଆସିଲା ପ୍ରେମିକ। ଦୀର୍ଘ ୧୦ ଘଣ୍ଟା ବନ୍ଦ ରହିବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଯୁବତୀ। ଏମିତି ଘଟଣା ଘଟିଛି ଅନୁଗୋଳ ନାଲକୋନଗର ଥାନା ଅଞ୍ଚଳରେ।

ନାଲକୋ ନଗର ଥାନା ଅଞ୍ଚଳର ଚକ୍ରଧର ମହାପାତ୍ର ନାମକ ଯୁବକ ଜଣେ ଯୁବତୀଙ୍କୁ ୧୦ ବର୍ଷ ହେବ ଭଲ ପାଉଥିଲା । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଏପଟେ ପ୍ରେମ କରି ଅନ୍ୟତ୍ର ବିବାହ କରିବାକୁ ମସୁଧା କରୁଥିଲେ ଚକ୍ରଧର। ଏହି ଖବର ଶୁଣିବା ପରେ ପ୍ରେମିକା ବିବାହ ପାଇଁ ଜିଦ୍‌ କରିଥିଲେ।

ଗତକାଲି ସକାଳ ୮ଟାରେ ଚକ୍ରଧର ସମ୍ପୃକ୍ତ ଯୁବତୀଙ୍କୁ ପଞ୍ଚାୟତ ଅଫିସ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଡାକିଥିଲା।  ଯୁବତୀ ଜଣଙ୍କ ବାହା ହେବାକୁ ଜିଦ୍ ଧରିବାରୁ ତାତି ଯାଇଥିଲେ ପ୍ରେମିକ। ଉତୁରି ଗଲା ପ୍ରେମ ନିଶା।  ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କର ଗୋଡ ହାତ ବାନ୍ଧି,  ମୁହଁରେ କପଡ଼ା ବାନ୍ଧି ନିସ୍ତୁକ ପିଟିଲେ। ଶେଷରେ ଅଫିସ୍ ଭିତରେ ଯୁବତୀଙ୍କୁ ରଖି ବାହାରୁ ତାଲା ପକାଇ ଫେରାର ହୋଇଗଲେ।

ଦୀର୍ଘ ୧୦ ଘଣ୍ଟା ବନ୍ଦ ରହିବା ପରେ ସନ୍ଧ୍ୟାରେ ପୀଡ଼ିତାଙ୍କ ଚିତ୍କାର ଶୁଣି  ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୀଡ଼ିତା ନାଲକୋ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

 

ANGUL_JUBATI_ATAKA_AVO_9AM

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ପରେ ପ୍ରେମିକର ଧୋକା ଅଭିଯୋଗ
ବାହା ହେବାକୁ ଜିଦ୍ ଧରିବାରୁ ଜୋର ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ
ରୁମ୍ ଭିତରେ ତାଲା ପକାଇ ଫେରାର ଅଭିଯୁକ୍ତ
ଦୀର୍ଘ ୧୦ ଘଣ୍ଟା ବନ୍ଦ ରହିବା ପରେ ପୀଡ଼ିତା ଉଦ୍ଧାର
ଅନୁଗୁଳ ନାଲକୋ ନଗର ଥାନା ଅଞ୍ଚଳର ଘଟଣା

You might also like