• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ।

ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ ଲୋକେ ରାସ୍ତା ନିର୍ମାଣ କରୁଛନ୍ତି। ଏହାକୁ ବିରୋଧ କରିବାକୁ ମାରି ଦେବାକୁ ଧମକ ଦେଇଥିଲେ କିଛି ଲୋକ। ଜୀବନ ବଞ୍ଚାଇବା ପାଇଁ ସେ ଭଣ୍ଡାରିପୋଖରୀ ଥାନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ସାହାଯ୍ୟ କରିବା ବଦଳରେ ସକାଳୁ ଆସିବ ବୋଲି କହିଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି।

ତେଣୁ ପୂରା ପରିବାର ଥାନା ଆଗରେ ରାତ୍ରୀଯାପନ କରିଥିଲେ। ଦକ୍ଷିଣ ବାଡ଼ ସରପଞ୍ଚ ବିଜୟ ମହାନ୍ତି ଏହା ଜାଣିବାକୁ ପାଇବା ପରେ ସେମାନଙ୍କୁ ନେଇ ନିଜ ପଞ୍ଚାୟତରେ ଆଶ୍ରୟ ଦେଇଥିଲେ। ଆଜି ସକାଳେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

 

Afraid-family-stayed-in-front-of-police-station-in-whole-night
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories