• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଉମରକୋଟ(କାର୍ତ୍ତିକ ମଲ୍ଲିକ ): ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ଯନ୍ତ୍ରୀ( Assistant Engineer) ଅସିତ ପାତ୍ରଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, AE ଅସିତ ପାତ୍ରଙ୍କୁ ଉମରକୋଟ ପୋଲିସ ଟିକିରିରୁ ଗିରଫ କରିଛି। ଗିରଫ ସମ୍ପର୍କରେ SDPO ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତାଲାପଦରରେ ବିଜୁ ସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାରେ ଠିକାଦାର , ଜେଇ ଓ AEଙ୍କ ନାଁରେ ମାମଲା ହୋଇଥିଲା।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଳ୍ଲାପାଳଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ଏହାସହ ଗିରଫ କରିବାକୁ ବି ନିର୍ଦ୍ଦେଶନାମାରେ କହିଥିଲେ ଉନ୍ନୟନ କମିଶନର।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ଗାଁ ନିକଟରେ ସେତୁର ନିର୍ମାଣ କାମ ଚାଲିିଥିବାବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ହୋଇଥିଲା।

ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ସେଣ୍ଟ୍ରିଂରେ ଲାଗିଥିବା ପୁରୁଣା ପାଇପ୍ ଯୋଗୁ ଏଭଳି ଘଟଣା ଘଟିଥିବା ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ।

ପୋଲ ନିର୍ମାଣ ନିମ୍ନ ମାନର ଚାଲିବା ସହ ନିମ୍ନ ମାନର ସିମେଣ୍ଟ ଓ ବାଲି ବ୍ୟବହାର କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ଶୁଣି ନଥିବା ସ୍ଥାନୀୟ ୱାର୍ଡ ମେମ୍ବରଙ୍କୁ ଅଭିଯୋଗ ବି କରିଥିଲେ।

ତାଲାପଦର ଠାରୁ ଜାନୀଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ନାଗୀ ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ କରାଯାଉଥିଲା। ସୂଚନା ଅନୁସାରେ, ପୋଲର ମଧ୍ୟ ଭାଗରେ ସ୍ଲାବ୍ କାମ ଚାଲିଥିବା ସମୟରେ କିଛିଦିନ ତଳେ ହଠାତ୍ ପୋଲଟି ଭୁଶୁଡ଼ି ପଡିଥିଲା। ପୋଲଟି ଭୁଶୁଡ଼ି ପଡିବାରୁ ସ୍ଲାବ୍‌ କାର୍ଯ୍ୟ କରୁଥିବା ୧୪ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଶ୍ରମିକ ପୋଲ ତଳକୁ ଖସିପଡ଼ି ଚାପି ହୋଇ ଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ତାଲାପଦର ଗ୍ରାମର କିଛି ଯୁବକ ପୋଲ ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଧରିଥିଲା।

Ae-arrested
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories