• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସମ୍ବଲପୁର  : ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀ । ଏକ ଚୋରୀ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେଲା ତାଙ୍କ ପୁଅ ଜେଲ୍‌ରେ ଅଛି। ହେଲେ ଓକିଲଙ୍କ ଅାନ୍ଦୋଳନ ଯୋଗୁ ପୁଅକୁ ମିଳିପାରୁନି ବେଲ୍ । କେବେ  କୋର୍ଟ କାମ ଅାରମ୍ଭ ହେବ ଅାଉ ପୁଅକୁ ଜାମିନ ମିଳିବ, ସେଇ ଚିନ୍ତାରେ ମୀନୁ ।

ବାଲେଶ୍ୱର ସଦର ବ୍ଲକ ତୋଟାପାଳ ଗାଁର ଯଶମନ୍ତୀ ମଙ୍ଗଙ୍କର ବି ସମାନ ସମସ୍ୟା । ୪ ମାସ ହେଲାଣି ବାଲେଶ୍ୱର ଜେଲ୍‌ରେ ଅଛନ୍ତି ଯଶମନ୍ତୀଙ୍କ ଭାଇ । ତେବେ କୋର୍ଟ ଚାଲୁନଥିବାରୁ ମାମଲାର ଶୁଣାଣି ହୋଇପାରୁନି। ଜାମିନ ମିଳିବ କି ନାହିଁ ତାକୁ ନେଇ ଅାଶଙ୍କାରେ ଥିବା ଯଶମନ୍ତୀ କେବଳ ଯାହା ଭାଇକୁ ଦେଖାକରି ଜେଲ୍‌ରୁ ଫେରୁଛନ୍ତି।

କେବଳ ଯଶମନ୍ତୀ କି ମୀନୁ ନୁହଁନ୍ତି । ଓକିଲଙ୍କ ଅାନ୍ଦୋଳନ ଯୋଗୁଁ କୋର୍ଟ କାମ ହେଉନଥିବାରୁ ଲୋକେ ଅାଉ ସେବା ନପାଇ ଏମିତି ହଇରାଣ ହେଉଛନ୍ତି।

ଗୋଟିଏ ପଟେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଅାନ୍ଦୋଳନ, ଅନ୍ୟପଟେ ଜଣେ ଅାଇନଜୀବୀଙ୍କୁ  ପୁଲିସର ମାଡ଼ ପ୍ରତିବାଦରେ ହାଇକୋର୍ଟ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓକିଲ ସଂଘର କାମ ବନ୍ଦ। ସେପଟେ ଅଭିଯୁକ୍ତଙ୍କ ମାମଲାର ଶୁଣାଣି ହୋଇପାରୁନଥିବାରୁ ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା ବଢିଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ୫୧୯ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ, ଏବେ ସଂଖ୍ୟା ୯୦୨ରେ ପହଞ୍ଚିଛି। ଚୌଦ୍ୱାର ସର୍କଲ ଜେଲ୍‌ରେ ହଜାରେ କଏଦୀଙ୍କ ରହିବା କ୍ଷମତା ଥିବାବେଳେ ଅଛନ୍ତି ୧୧ଶହରୁ ଉର୍ଦ୍ଧ୍ୱ ।

ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବି କ୍ଷମତାଠୁ ୫୦ ଅଧିକ କଏଦୀ ଅଛନ୍ତି। ତେଣୁ ଯଦି ଅାନ୍ଦୋଳନ ନହଟେ ତେବେ ଅାଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଲାଗି ଯୋଜନା କରିଥିବା ହାଇକୋର୍ଟ ବାର ଅାସୋସିଏସନ ଅାସନ୍ତାକାଲି ନିଷ୍ପତ୍ତି ନେବ। ଏପଟେ ସମ୍ବଲପୁର ଓକିଲ ସଂଘ ନିର୍ଣ୍ଣାୟକ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଅାସନ୍ତା ୨୯ରେ ରାଜଗାଙ୍ଗପୁର ବୈଠକ ଡାକିଛି।

https://youtu.be/0lwr-3agYao

Advocate-strike-impact
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories