ଭୁବନେଶ୍ୱର: କଲେଜ ଗେଟ୍ରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। ଅଟୋନମସ୍ ମାନ୍ୟତା ହରାଇଥିବା ଜଣାପଡ଼ିବାପରେ ଯାଜପୁର ଏନ.ସି. କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି। ପିଲାଙ୍କ ପ୍ରଶ୍ନ ୫ ବର୍ଷ ହେଲା ଅଟୋନମସ୍ ମାନ୍ୟତା କଟିଥିଲେ ବି କାହିଁକି ସେମାନଙ୍କୁ ଅନ୍ଧାର ଭିତରେ ରଖାଯାଇଥିଲା? ସମାନ ଚିତ୍ର ପୁରୀ SCS କଲେଜରେ ୨୦୧୨ରୁ ଏହି କଲେଜ୍ ହରାଇସାରିଛି ଅଟୋନମସ୍ ମାନ୍ୟତା। କିନ୍ତୁ ଯୁକ୍ତ ୩ ଠାରୁ ଅାରମ୍ଭ କରି ସେଲ୍ଫ ଫାଇନାନ୍ସିଂ କୋର୍ସରେ ଅଟୋନମସ୍ ନାଁରେ ହିଁ ଚାଲିଛି ଅାଡମିଶନ୍। ସଠିକ୍ ତଥ୍ୟ ଜଣା ପଡିବାପରେ ଦେଖାଦେଇଛି ଛାତ୍ର ଅସନ୍ତୋଷ।
UGC ତଥ୍ୟ କହୁଛି ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୮ଟି କଲେଜ। ଏହା ସତ୍ତ୍ୱେ ଏସବୁ କଲେଜ୍ କାଗଜ କଲମରେ ପିଲାଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। କଲେକୁ ସ୍ୱୟଂଶାସିତ ମାନ୍ୟତା ମିଳିବା ଏକ ତ୍ରିସ୍ତରୀୟ ବ୍ୟବସ୍ଥା। ପ୍ରଥମେ ନାକ୍ର A ଗ୍ରେଡ୍ ମିଳିବା ପରେ ବିଶ୍ୱବିଦ୍ୟାଳୟ ଜରିଅାରେ UGCକୁ ଅାବେଦନ କରିବାକୁ ହୁଏ। UGC କର୍ତ୍ତୃପକ୍ଷ କଲେଜରେ ଶୈକ୍ଷିକ ମାନଦଣ୍ଡ ପରଖି ସାର୍ଟିଫିକେଟ୍ ଦିଅନ୍ତି। ଏହାପରେ ସରକାର ସଂପୃକ୍ତ କଲେଜ୍କୁ ଅଟୋନମସ ଘୋଷଣା କରିଥାନ୍ତି।
ଏଠି ପ୍ରଶ୍ନ ଉଠୁଛି କେଉଁ ସ୍ତରରେ ରହିଯାଉଛି ଅବହେଳା? ସ୍ୱୟଂଶାସନ ମାନ୍ୟତା ନବୀକରଣ ନହେବା ସତ୍ତ୍ୱେ କିଭଳି ସେହି ନାଁରେ ହେଉଛି ଅାଡମିଶନ୍? ଏଣେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଏ ସଂପର୍କରେ ଅବଗତ କରାଯାଇଛି। କିନ୍ତୁ ସେମାନଙ୍କଠାରୁ କୌଣସି ଉତ୍ତର ମିଳୁ ନାହିଁ। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଏ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏପଟେ ସବୁ ଶିକ୍ଷାନୁଷ୍ଠାନମାନଙ୍କର ଅଧିସ୍ୱୀକୃତି ପାଇଁ ନୂଅା ସଂସ୍ଥା ଗଠନ କରିବାକୁ ସରକାର ବିଚାର କରୁଥିବା କହିଛନ୍ତି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥିପାଇଁ ଏନବିଏ, ନାକ୍ ସହ ଅାଇଅାଇଟି, ଅାଇଅାଇଏମର ମତାମତ ନିଅାଯାଉଥିବା ସେ ସୂଚନା ଦେଇଛନ୍ତି।
Published By: Odishatv Bureau
Last updated: 08 September 2018, 03:33 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।