ତିନି ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ

କୋରାପୁଟ: ବାପା ଚାଲି ଯାଇଥିଲେ। ମା’ର ପଣତ ତଳେ ଦୁନିଆର ଦୁଃଖକୁ ଭୁଲି ଯାଇଥିଲେ କୁନି କୁନି ଛୁଆ ତିନୋଟି। ହେଲେ ଭଗବାନ ସେତକ ବି ଛଡ଼ାଇ ନେଲେ। ଦୁଇଦିନ ତଳେ ମା’ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ମା’ ଗଲା ପରଠାରୁ ପେଟକୁ ଦାନା ମୁଠାଏ ତାଙ୍କ ପାଇଁ ନ ଥିଲା। ହେଲେ ଗଣମାଧ୍ୟମ  ଯୋଗୁ ଏମାନଙ୍କ ଦୁଃଖ ଦୂର ହୋଇ ପାରିଛି। ‘ଓ’ ଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏମାନଙ୍କୁ ସହାୟତାର ହାତ ବଢାଇଛି।

ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁର ଭାସ୍କର ନାଏକଙ୍କର ୨ ବର୍ଷ ପୂର୍ବେ  ମୃତ୍ୟୁ ହୋଇଥିଲା । ତିନି ସନ୍ତାନ ଭଗବତୀ(୧୦ ବର୍ଷ), ୫ ବର୍ଷର ପୁଅ ଲକ୍ଷ୍ମଣ ଓ ଦୁଇ ବର୍ଷର ପୁଅ ଲଳିତଙ୍କ ଲାଳନପାଳନ ଦାୟିତ୍ୱ ନେଇଥିଲେ ମା’ ଦେବକୀ। ଦୁଃଖ କଷ୍ଟରେ ଜଙ୍ଗଲରୁ କାଠ ସଂଗ୍ରହ କରି ଓ ମୁଲମଜୁରୀ ଲାଗି ପିଲାଙ୍କ ପେଟକୁ ଦାନା ଦେଉଥିଲେ। ହେଲେ ଗତ ବୁଧବାର ମା’  ଦେବକୀ ଜଙ୍ଗଲକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଥିଲେ।

ଏବେ ଦେବକୀଙ୍କ ମୃତ୍ୟୁ ପରେ ପିଲାମାନେ ଅନାଥ ହୋଇ ଯାଇଛନ୍ତି। ମା‘ଙ୍କ ମୃତ୍ୟୁ ପରଠାରୁ ପିଲାମାନେ ଖାଡା ଉପାସରେ ରହିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ ଦଶମନ୍ତପୁର ବ୍ଲକ ଅଧିକାରୀ ବଦଳିକୁଡୁମ ଗାଁକୁ ଯାଇ ଅନାଥ ପିଲାଙ୍କୁ ଭେଟିଥିଲେ। ସେମାନଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ସହ ୨୦ କେଜି ଚାଉଳ, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମା’ଙ୍କ ଦ୍ୱାଦଶ କ୍ରିୟା ଯାଏ ଅଙ୍ଗନପାଡ଼ି କର୍ମୀ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବେ ବୋଲି ବିଡିଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like