ନିଖୋଜ ଆଦିବାସୀ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ଶୋଭାଯାତ୍ରା

ରାୟଗଡ଼ା: ୧୫ ବର୍ଷ ଧରି ନିଖୋଜ ଥିବା ଆଦିବାସୀ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିରାଟ ଶୋଭାଯାତ୍ରା। ରାୟଗଡ଼ାର ଯୁବ ଆଦିବାସୀ ସମାଜ ସେବା ସଂଘ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି।

ଅଭିଯୋଗ ଅନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳର ଜଣେ ଆଦିବାସୀ ଯୁବକ ସୁରେନ୍ଦ୍ର ନାୟକଙ୍କୁ ୧୫ ବର୍ଷ ତଳେ ସ୍ଥାନୀୟ ଏକ ଘରୋଇ କମ୍ପାନୀର ଅଧିକାରୀ ଚାକିରି ଦେବାକୁ କହି ଭୁବନେଶ୍ୱର ଆଣିଥିଲେ।

ତେବେ ଯୁବକ ଜଣଙ୍କ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିବାର ଲୋକେ ଟିକିରି ଥାନା ଓ ପରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଅଭିଯୋଗ କରିଛନ୍ତି। ସୁରେନ୍ଦ୍ର ବର୍ତ୍ତମାନ ଜୀବିତ କି ମୃତ ତାହା ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ କରି ତାଙ୍କୁ ନେଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ପାଇଁ ଦାବି କରାଯାଇଛି।

You might also like