ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ର ବଡ଼ ଖୁଲାସା !

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗେଉଛି ସେତିକି ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ତନାଘନା ଚଳାଇଛି।  ଜିଆରପି ପୋଲିସ୍‌ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ଖୁଲାସା କରିଛି। 

ମୃତ୍ୟୁ ପୂର୍ବରୁ ଆଦିତ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ଫୁଟେଜ୍‌ରେ ସେ ଷ୍ଟେସନ୍ ଆଡ଼କୁ ଯାଉଥିବା ଜଣାଯାଇଛି। ଏହି CCTV ଫୁଟେଜକୁ GRP ଜବତ କରିଛି।

ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା ଦେଇଥିବା GRP ସନ୍ଦେହ କରୁଛି। ଏହି ମାମଲାରେ ଏ ଯାଏଁ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା ହୋଇଥିବା GRP ଡିଏସପି ସୂଚନା ଦେଇଛନ୍ତି।

ଗତକାଲି ରାତିରେ ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଥିଲା ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କରିଥିଲା GRP। ଜେରାରେ ପପୁ ଆଦିତ୍ୟଙ୍କ ଠାରୁ ନେଇଥିବା ଲକ୍ଷେ ଟଙ୍କାର ତଥ୍ୟ ରଖିଲେ। ଆଦିତ୍ୟଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ତଥ୍ୟ ରଖିଲେ।

ଏହାସହ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସୁଇସାଇଡ ନୋଟ୍ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି। ତାଙ୍କର ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି। ଏହି ମାମଲାକୁ ନେଇ ସାଇଣ୍ଟିଫିକ୍ ତଦନ୍ତର ସହାୟତା ନେଇଛି ଜିଆରପି।

ଜବତ ସୁଇସାଇଡ୍ ନୋଟରେ ଥିବା ଲେଖା ଆଦିତ୍ୟଙ୍କର କି ଆଉ କାହାର ତାର ତଦନ୍ତ ଚାଲିଛି। ଆଦିତ୍ୟଙ୍କ କିଛି ପୁରୁଣା ଦସ୍ତଖତ ସହ ଏହାର ମେଳ କରାଯିବ। ସେହିପରି ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ଆଦିତ୍ୟଙ୍କ ପତ୍ନୀ, ସହକର୍ମୀ ପପୁ ଓ ବିକାଶଙ୍କ କଲ୍ ରେକର୍ଡିଂର ମଧ୍ୟ ଯାଞ୍ଚ ଜାରି ରହିଛି।

ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।  ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି।

ଅନୁମାନ କରାଯାଉଛି, ପୋଲିସ ଏହି ସୂଚନା ଦେବା ପରେ ଖୁବ୍‌ ଶୀଘ୍ର ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଉପରୁ ପରଦା ହଟିବ।

ଆହୁରି ପଢ଼ନ୍ତୁ: ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼

 

You might also like