ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଧରାପଡ଼ିବ କିଏ କହୁଛି ମିଛ !

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପୁଣି ଜେରା ହୋଇପାରେ।

ଜୁଲାଇ ୭ ରେ ରେଲ୍‌ୱେ ଟ୍ରାକ୍‌ରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ହେଲେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରିବା ପୂର୍ବରୁ ଜିଆର୍‌ପି ଏହି ମାମଲାର ତତନ୍ତ କରୁଥିଲା।

You might also like