Aditya Dash Death Case: ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ
ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି।
ଭୁବନେଶ୍ୱର ଫରେନସିକ୍ ଲ୍ୟାବ୍ରେ ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି।
ଗତକାଲି ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରାରେ ୭୦ଟି ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି।
ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଏବେବି ସସ୍ପେନ୍ସ ଜାରି ରହିଛି। ପ୍ରଥମେ ଏହି ମାମଲାର ତଦନ୍ତ RPF କରୁଥିବା ବେଳେ ପରେ ଏହାକୁ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।