ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଭଡ଼ା ଘର ମାଲିକଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ଜେରା କରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ଜଣାପଡ଼ିଛି।

ସେହିଭଳି ବଲାଙ୍ଗିରେ ଥିବା ଆଦିତ୍ୟଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନୋଟିସ୍ କରିଛି ଜିଆରପି। ସେ ହାଜର ହେଲେ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ। ତାଛଡ଼ା ଆଦିତ୍ୟଙ୍କ ବାଳକାଟିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଓ କଳିଙ୍ଗ ବିହାରରେ ଥିବା ୟୁନିୟନ ବ୍ୟାଙ୍କ ଆକାଉଣ୍ଟର ବି ଖୋଳତାଡ଼ କରିଛି ପୋଲିସ।

ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ଫୋନ୍ ନମ୍ବରରେ କଥା ହୋଇଥିଲେ। ଗତ ୬ ତାରିଖ ସଂଧ୍ୟା ୬ଟା ୪୨ରେ ସେ ଶେଷ କଲ୍ ଆଟେଣ୍ଡ କରିଥିଲେ। ତାସହ ସେହିଦିନ ସଂଧ୍ୟା ୭ଟା ୧୪ରେ ଶେଷ ଫେସ୍‌ବୁକ୍‌ ପୋଷ୍ଟ କରିଥିଲେ ଆଦିତ୍ୟ। ତେଣୁ ରାତି ୮ଟା ପୂର୍ବରୁ ତାଙ୍କର ଶେଷ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଂଚ କରୁଛି ପୋଲିସ। ଗତ ୬ ତାରିଖରେ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

You might also like