ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା
ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ ଆଜି GRP ଜେରା କରିଛି।
ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ GRP। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି GRP। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ? ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ସୂଚନା ମିଳିଛି।
ଆଦିତ୍ୟଙ୍କ ବାଳକାଟିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଓ କଳିଙ୍ଗବିହାରରେ ଥିବା ୟୁନିୟନ ବ୍ୟାଙ୍କ ଆକାଉଣ୍ଟ ବି ଖୋଳତାଡ଼ କରିଛି ପୋଲିସ୍। ଗତ ୬ରେ ଟ୍ରେନ୍ ଲାଇନ୍ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍ର ବଡ଼ ଖୁଲାସା !