ଭୁବନେଶ୍ୱର: ଏବେବି ରହସ୍ୟ ଘେରରେ ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ଜିଆର୍ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜିଆର୍ପି ଜେରା କରିଛି।
ଆଦିତ୍ୟଙ୍କ ବନ୍ଧୁ ବିଶ୍ୱଙ୍କୁ ପ୍ରାୟ ଦେଢଘଣ୍ଟା ଧରି ଜେରା କରାଯାଇଛି। ବଲାଙ୍ଗିରରୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି ବିଶ୍ୱ। ତେବେ ପୋଲିସକୁ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ।
ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ ବି ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ୍।
ଆହୁରି ମଧ୍ୟ ପଢ଼ନ୍ତୁ: ଆଦିତ୍ୟ ମୃତ୍ୟୁ ମାମଲାର ଠୋସ୍ ପ୍ରମାଣ ମିଳିବ କେବେ?
ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍ପେନ୍ସ ଜାରି ରହିଛି।