ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଆଉ ୨ ଟ୍ରେନ୍‌ ଡ୍ରାଇଭରଙ୍କୁ ଜେରା, ଦେଲେ ଏମିତି ତଥ୍ୟ…

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆର୍‌ପି ଆଉ ୨ଟି ଟ୍ରେନ୍‌ର ଡ୍ରାଇଭରଙ୍କୁ ପଚରାଉଚରା କରିଛି।

ଏକ ପାର୍ସଲ ଟ୍ରେନ୍‌ ଓ ଏକ ମାଲ୍‌ବାହୀ ଟ୍ରେନ୍‌ର ଲୋକୋ ପାଇଲଟଙ୍କୁ ଜିଆର୍‌ପି ପଚରାଉଚରା କରିଛି। ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରଯାଇଛି। ରାତି ଅଧିକ ହୋଇଥିବା ଯୋଗୁ କିଛି ଦେଖତ୍ପାରି ନ ଥିବା କହିଛନ୍ତି ଟ୍ରେନ୍‌ର ଡ୍ରାଇଭର।

ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍‌ରେ ଏହି ୨ଟି ଟ୍ରେନ୍‌ ଯାଇଥିଲା ବୋଲି ସୂଚନା ମିଳିଛି। ଘଟଣା ଦିନ ରାତି ୧୦ଟା ପରେ ଉଭୟ ଟ୍ରେନ୍‌ ସେହି ଟ୍ରାକ୍‌ରେ ଯାଇଥିଲା ବୋଲି ଜଣାପଡ଼ିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌, ଟ୍ରେନ୍‌ ଡ୍ରାଇଭର ଦେଲେ ଚାଞ୍ଚଲ୍ୟକର ବୟାନ

ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କୁ ଜେରା କରିଥିଲା GRP। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଟ୍ରେନ୍‌ ଡ୍ରାଇଭର। ଏହି ଘଟଣାରେ ଟ୍ରେନ୍‌ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି GRP।

ପଢ଼ନ୍ତୁ: ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ କ’ଣ ନିଆଯାଇଛି ଆକ୍ସନ ? ରିପୋର୍ଟ ମାଗିଲେ NHRC

You might also like