ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ।

ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ବସ୍ତ୍ର ଭୂଷଣ ଓ ପୁଷ୍ପ ଭୂଷଣ ପରେ ଶ୍ରୀଅଙ୍ଗରେ ଲାଗିଥିଲା ମହଣ ମହଣ ସୁନା। ପ୍ରତିବର୍ଷ ଶ୍ରୀମନ୍ଦିର ରତ୍ନ ବେଦୀରେ ୪ ଥର ସୁନାବେଶ ହେଉଥିବା ଚତୁର୍ଦ୍ଧା ମୂରତି, କେବଳ ଗୋଟିଏ ଥର ରଥ ଉପରେ ଦର୍ଶନ ଦିଅନ୍ତି ଏହି ଅନନ୍ୟ ବେଶରେ।

You might also like