• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧାମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତିବେଶରେ ଦର୍ଶନ ଦେବେ। ଏହି ଦୁର୍ଲଭ ନୀତି ଓ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ।

ରଥଯାତ୍ରାର ଅୟମାରମ୍ଭ ଭାବେ ପରିଚିତ ସ୍ନାନଯାତ୍ରା ପାଇଁ ହୋଇଛି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା । ସାରା ସହରରେ ମୁତୟନ ହେବେ ୪୨ ପ୍ଲାଟୁନ୍ ଫୋର୍ସ। ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର। ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ॥ ଏଣେ ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ। ଆସନ୍ତାକାଲି ରତ୍ନ ସିଂହାସନରୁ ସ୍ନାନ ବେଦୀକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ମଙ୍ଗଳ ଆଳତୀ ସରିବା ପରେ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚକ୍ରରାଜ ସୁଦର୍ଶନ, ଦେବୀ ସୁଭଦ୍ରା, ବଡ଼ଠାକୁର ବଳଭଦ୍ର ଓ ଶେଷରେ କାଳିଆ ସାଆନ୍ତ।  ସ୍ନାନବେଦୀରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ॥ ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେବ ଛେରାପହଁରା।

ଅନ୍ୟାନ୍ୟ ପୂଜାନୀତି ସରିବା ପରେ ଠାକୁରମାନଙ୍କୁ ହାତୀବେଶରେ ସଜ୍ଜିତ କରାଯିବ । ହାତୀବେଶକୁ ଅତିନିକଟରୁ ଏଥର ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ଭକ୍ତମାନେ ଶ୍ରୀମନ୍ଦିର କୀର୍ତ୍ତନଚକଡ଼ା ଓ ଘୋଡ଼ା ଦ୍ୱାର ଦେଇ ସ୍ନାନମଣ୍ଡପକୁ ଆସିବେ ଓ ୩ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସ୍ନାନ ପୂର୍ଣ୍ଣମୀ ଲାଗି ଆଜି ରତ୍ନ ସିଂହାସନରେ ଗୁପ୍ତରେ ଶେଷ ହୋଇଛି । ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ତଥା ସେନାପଟା ଲାଗି ନୀତି ଦୁର୍ଭଲ ସ୍ନାନନୀତି ଓ ହାତୀବେଶ ଦର୍ଶନ ପାଇଁ ଉତ୍କଣ୍ଠାରେ ଅଛନ୍ତି ଭକ୍ତଗଣ। ସ୍ନାନଯାତ୍ରା ପାଇଁ ୪୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ ୩ ଜଣ କମାଣ୍ଡାଣ୍ଟ, ୯ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସପି ଓ ୨୨୪ ଅଫିସର ଦାୟିତ୍ୱରେ ରହିବେ ।

ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପୁରୀ ସହରକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଭକ୍ତମାନେ ଆସୁଥିବା ଗାଡ଼ି ଜଗନ୍ନାଥବଲ୍ଲଭ, ଜିଲ୍ଲା ସ୍କୁଲ, ଏସସିଏସ୍ କଲେଜ ପାର୍କିଂରେ ରଖିବେ।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ଆସନ୍ତାକାଲି ଭୋର ସାଢ଼େ ୪ଟାରୁ ସାଢ଼େ ୬ଟା ଭିତରେ ଶ୍ରୀଜୀଉଙ୍କ ଧାଡ଼ି ପହଣ୍ଡି ଅନୁଷ୍ଠିତ ହେବ। ସକାଳ ୭ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ପରେ ଦିନ ୧୧ଟାରୁ ୨ଟା ଭିତରେ ସ୍ନାନନୀତି ସମ୍ପନ୍ନ ହେବ। ସାଢ଼େ ୩ଟାରେ ଛେରାପହଁରା ପରେ ୪ରୁ ୫ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି ସାଢ଼େ ଦଶଟାରୁ ଗୋଟାଏ ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି।

Adequate-security-arrangements-in-puri-for-snana-jatra-tomorrow
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories