ବଲାଙ୍ଗିର ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଯୋଜନା ଫେଲ୍

ବଲାଙ୍ଗିର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ସ୍ତରରେ ଉଦାସିନତା ଯୋଗୁ ଅନେକ ସ୍ଥାନରେ ଏହା ଫେଲ୍‌ ମାରୁଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକୋଲା ବ୍ଲକ୍‌ ଝରଣି ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ୨ ବର୍ଷ ପୂର୍ବେ ଆଦର୍ଶ ବିଦ୍ୟାଳୟ ସହ ହଷ୍ଟେଲ୍ ନିର୍ମାଣ ହୋଇଥିଲା। ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ବି ଏଯାଏ ହଷ୍ଟେଲ ଖୋଲାଯାଇନି। ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଏଥିଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ଏହାର ତଦାରଖ ଲାଗି ସେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଶୀଘ୍ରରୁ ଶୀଘ୍ର ଉଭୟ ବାଳକ ଓ ବାଳିକା ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ବହୁ ବାଧା ବିଘ୍ନ ସତ୍ତ୍ୱେ ଝରଣି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ।  ତେବେ ଆସନ୍ତା ବର୍ଷ ବେଳକୁ ହଷ୍ଟେଲ୍ କାର୍ଯ୍ୟକ୍ଷମ ହେଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ।

You might also like