ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ

ପୁରୀ :  ରଥାରୁଢ଼ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି।  ତା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି।

ଦିନ ବେଳା ରଥରେ ବିରାଜମାନ ହୋଇଥିବା ମହାପ୍ରଭୁ ବାମନ ରୂପର ସାନିଧ୍ୟ ଦେଇଛନ୍ତି। ସଂଧ୍ୟା ଆରତୀ ଓ ସଂଧ୍ୟା ଧୂପ ପରେ ଘୋଡ଼ା ଫିଟିଥିଲା ଓ ଚାରମାଳ ଲଗାଯାଇଥିଲା। ଏହା ପରେ ଆରମ୍ଭ ହୋଇଛି ଗୋଟି ପହଣ୍ଡି।  ଶନିବାର ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଠାକୁରମାନେ ଦର୍ଶନ ଦେବେ। ଏହା ସହିତ ମହାପ୍ରସାଦ ମଧ୍ୟ ମିଳିବ।

You might also like