ଥାନାରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

କଟକ: ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ଯେମିତି ଥମିବାର ନାଁ ନେଉନି ପାରିବାରିକ ବିବାଦ। ପୁଣି ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଗତ ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି।

ଗତକାଲି ଏହି ମାମଲାରେ ଅନୁଭବ କଟକ SDJM କୋର୍ଟରେ ହାଜର ହେବାର କିଛି ଘଣ୍ଟା ନପୁରୁଣୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁଣି କଟକ ପୁରୀଘାଟ ଥାନାରେ ଦେଇଥିଲେ ଏତଲା। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା। ଏନେଇ ପୋଲିସ୍ ତାର ପ୍ରମାଣ ଖୋଜୁଛି।

ଗତ କିଛି ମାସ ହେଲା ବେଶ୍ ଚର୍ଚ୍ଚାରେ ରହିଛି ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ କେତେବେଳେ ଅନୁଭବ ତ କେତେବେଳେ ବର୍ଷା, ଗଣମାଧ୍ୟମ ସାମ୍ନାରେ ଦେଇଥିବା ବୟାନରୁ ସେମାନଙ୍କ ୭ବର୍ଷର ବୈବାହିକ ସଂପର୍କ ଯେ ତିକ୍ତ ତାହା ବୁଝିବାକୁ ବାକି ନାହିଁ। ତେବେ ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହୋଇଛି ସେମାନଙ୍କ ଦାମ୍ପତ୍ୟ କଳି। ଏମିତିକି କଥା ସୁପ୍ରିମକୋର୍ଟ ଯାଏଁ ବି ଯାଇଛି। ତେବେ ବର୍ଷା-ଅନୁଭବ ବିବାଦରେ ନିକଟରେ ନୂଆ ଟ୍ବିଷ୍ଟ୍ ଆଣିଥିଲା। ଦିଲ୍ଲୀ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ଅନୁଭବଙ୍କୁ ସେ ବନ୍ଧୁ ବୋଲି ପରିଚୟ ଦେଇ ପରୋକ୍ଷରେ ବର୍ଷାଙ୍କୁ ବି ଟାଣିଛନ୍ତି।

You might also like