ସିମରନ୍‌ ମୃତ୍ୟୁ ଘଟଣା: ସ୍ୱାମୀ ୟୁଗ୍‌ ସୁନାଙ୍କୁ ରିମାଣ୍ଡରେ ନେଲା ପୁଲିସ୍

ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍‌ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍‌ ସିମ୍‌ରନ୍‌ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି।

ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରେ ସିମରନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୟୁଗ୍‌ଙ୍କୁ ପଚରାଉଚୁରା ସମୟରେ ପୁଲିସ୍ କୁ କିଛି ନୂଆ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି।।

You might also like