ସାତ ଜନ୍ମର ସାଥୀ ହେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ୱର: ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି। ସାତ ଜନ୍ମର ସାଥୀ ହେଲେ ସବ୍ୟାର୍ଚ୍ଚିତା। ରିଲ୍‌ ଦୁନିଆରେ ଏକାଠି ନଜର ଆଲୁଥିବା ଏଇ ହିଟ୍‌ ଯୋଡ଼ି ରିୟଲରେ ଏକାଠି ହୋଇଛନ୍ତି। ଯାହାର ସେମାନେ ସବ୍ୟାର୍ଚ୍ଚିତା।

ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନ ନିର୍ମାଣ ପ୍ୟାଲେସ୍‌ରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହୋଇଛି।

ବିବାହ ପୂର୍ବରୁ ଉଭୟଙ୍କର କିଛି ଫଟୋ ସେୟାର କରିଛନ୍ତି ସବ୍ୟସାଚୀ ବିଭିନ୍ନ ଡିଜାଇନ୍‌ କଷ୍ଚୁମ ପିନ୍ଧିଥିବା ଫଟୋ ସାମ୍ନାକୁ ଆସିଛି। ସେଥିରେ ଅର୍ଚ୍ଚିତାଙ୍କ ଫଟୋ ଅପଲୋଡ୍ କରି ସବ୍ୟ ଲେଖିଛନ୍ତି ଯେ ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର। ସେହିପରି ସବ୍ୟଙ୍କ ଫଟୋ ଫେସବୁକ୍‌ରେ ଅପଲୋଡ୍ କରି ଅର୍ଚ୍ଚିତା ସମାନ କଥା ଲେଖିଛନ୍ତି।

ବିବାହ ପୂର୍ବରୁ ସୋସାଲ ମିଡିଆରେ ଅର୍ଚ୍ଚିତାଙ୍କ ଫଟୋ ସେୟାର କଲେ ସବ୍ୟ

ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଉଭୟ ଏହି ସସପେନ୍ସରେ ବ୍ରେକ୍ ଲଗାଇଥିଲେ। ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି ଗତକାଲି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାସହ ଦୁହେଁ ଭାବବିହ୍ୱଳପୂର୍ଣ୍ଣ ମେସେଜ୍‌ ପ୍ରଶସଂକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

 

ଅର୍ଚ୍ଚିତା ଓ ସବ୍ୟ ଲେଖିଛନ୍ତି ଯେ, ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଳିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆସନ୍ତାକାଲି ଆମର ବାହାଘର। ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ।

”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

ଅଭିନେତା ସବ୍ୟସାଚୀ ଖାଲି ରିଲ୍‌ରେ ହିରୋ ନୁହଁନ୍ତି ବରଂ ରିୟଲ ଦୁନିଆର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ସବ୍ୟସାଚୀ ସବୁବେଳେ ଚର୍ଚ୍ଚାରେ ରହିଥିଲେ।

You might also like