ଭିଡିଓ ଜାରି କରି ମୁହଁ ଖୋଲିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ, କହିଲେ- କାହିଁକି ମହାନଦୀକୁ ଖସି ପଡ଼ିଲେ ?

କଟକ: ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ। ସେ କହିଛନ୍ତି, ଓପାସ ଥିଲା,ତେଣୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା। ଯେହେତୁ ମୁଁ ହାଇ ହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା ଓ ମୁଁ ନଦୀରେ ପଡ଼ି ଯାଇଥିଲି।’

ସେ ଆହୁରି କହିଛନ୍ତି, ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଓ ସ୍ୱାମୀଙ୍କ ବିଷୟରେ କହିବା ଠିକ୍‌ ନୁହେଁ। ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ।

 

ଗତକାଲି ମହାନଦୀକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରିଥିଲେ। ନଦୀରୁ ଉଦ୍ଧାର କରାଯିବା ପରେ ସିଡିଏ ଫେଜ୍-ଟୁ ଥାନାକୁ ଅମ୍ଲାନ ଓ ତାଙ୍କ ପତ୍ନୀଙ୍କୁ ନିଆଯାଇଥିଲା।

ପଢ଼ନ୍ତୁ: ମହାନଦୀକୁ ଖସିପଡ଼ିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ

You might also like