• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ।  ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। କାର୍ଯ୍ୟାଳୟ ଭିତରକୁ ପଶିବା ସହ ଅାସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି।

ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ ଏସ୍‌ପିଙ୍କ ବାସଭବନ ଅାଗରେ ରୁଣ୍ଡ ହୋଇଥିଲେ ଅାନ୍ଦୋଳୋକାରୀ। ବିକ୍ଷୋଭ ପ୍ରଦର୍ଶନ ସହ ଘର ଉପରକୁ ଟେକାପଥର ମାଡ଼ କରିଥିଲେ। ପୁରୀ ଟାଉନଥାନା ଅାଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେପଟେ ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।  ଅାନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଦର୍ଶନ । ସେପଟେ ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଅାବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ।  ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଅାବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।

ସେପଟେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ଘରେ ଅାନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ । ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ବ୍ୟାପକ ଭଂଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। ଘରେ ପଶି ଭଂଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାଡି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନେଇ ନାରାବାଜି କରିଥିଲେ ଭକ୍ତ।

 

 

Activists-of-shree-jagannath-sena-block-road-by-burning-tyres-on-bada-danda
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories