କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ

ଭୁବନେଶ୍ୱର :  କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ।

ଆଜି ଅପରାହ୍ନ ୪ଟା ସୁଦ୍ଧା ହୋଇପାରେ କାର୍ଯ୍ୟାନୁଷ୍ଠାନ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ୨ ଜଣ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଇଙ୍ଗିତ ଦେଇଛନ୍ତି ହେମାନନ୍ଦ। ଇସ୍ତଫା ଦେବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର କରାଯାଇଛି ବୋଲି ହେମାନନ୍ଦ କହିଛନ୍ତି।

ସେପଟେ ହେମାନନ୍ଦଙ୍କ ପ୍ରତିକ୍ରିୟା ପରେ ବିଧାୟକ ଯୋଗେଶ ସିଂ କହିଛନ୍ତି, ସେ ବର୍ତ୍ତମାନ ନିଜ ନିର୍ବାଚନମଣ୍ଡଳୀରେ ବୁଲୁଛନ୍ତି। କେଉଁ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ଜାଣିନାହାନ୍ତି। ସେ ଦଳ ବିରୋଧୀ କାମ କରିନାହାନ୍ତି। ବିଜେଡି ସୁପ୍ରିମୋଙ୍କୁ ତତ୍କାଳୀନ ୟୁପିଏ ସରକାରର ମନ୍ତ୍ରୀ ଆସି ପ୍ରଶଂସା କରିଛନ୍ତି। ବିଜେଡି ସୁପ୍ରିମୋ ଭଲ କାମ କରିଥିବାରୁ ପ୍ରଶଂସା କରିଛି ବୋଲି ଯୋଗେଶ କହିଛନ୍ତି। ଜନସାଧାରଣ ତାଙ୍କର ପ୍ରଥମ ହାଇକମାଣ୍ଡ ବୋଲି ସେ ପୁଣି ଥରେ ଦୋହରାଇଛନ୍ତି।

 

 

 

You might also like