• translate
Satyendu Shekher Mishra

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ । ଏହା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଥିବା ସନ୍ଦେହ କରାଯଉଛିି । ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ ପହଂଚି ଟ୍ୟାଙ୍କର ଉପରେ ପାଣି ବର୍ଷା କରୁଛି । ପାଣି ପକାଇ ଏସିଡ୍‌ର ଶକ୍ତିକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି । ଏସିଡ୍‌ ଲିକ୍‌ ଯୋଗୁଁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

 

Other Stories