ମାନସିକ ଅନଗ୍ରସର ଯୁବକଙ୍କୁ ଏସିଡ ମାଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଜଡ଼ିଦା ଗାଁରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉପରକୁ ଏସିଡ଼ ମାଡ ହୋଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ତାଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏପରି ଅମାନବୀୟ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି।

ଉଦଳା ଅଞ୍ଚଳର ଶିବପ୍ରସାଦ ପାଇ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଦୁଇଦିନ ତଳେ ରାତିରେ ଶିବପ୍ରସାଦ ଘର ପାଖରେ ପଡ଼ିଥିବା ହ୍ୟୁମ ପାଇପରେ ଶୋଇଥିଲେ । ସେଠାରେ ତାଙ୍କୁ କେହି ଦୁର୍ବୃତ୍ତ ଏସିଡ ମାଡ଼ କରିଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ଶିବପ୍ରସାଦ ଘରକୁ ଦୌଡ଼ି ଆସିଥିଲେ । ଏସିଡ ମାଡ଼ ହୋଇଥିବା ସନ୍ଦେହ କରି ଶିବପ୍ରସାଦଙ୍କ ମାଆ ତାଙ୍କୁ ଉଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଶିବପ୍ରସାଦଙ୍କର ଛାତି, ପିଠି ପୋଡ଼ି ହୋଇଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ  ପରିବାର ଲୋକେ ଘରକୁ ନେଇ ଆସିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ପୁଣି ଡାକ୍ତରଖାନା ନିଆଯାଇଥିଲା।   ଡାକ୍ତରଖାନା ବିଛଣାରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।  ଏନେଇ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

 

You might also like