• translate
Rajalaxmi Sahoo

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ‘ଛପାକ୍’‌ ଗର୍ଲ ପ୍ରମୋଦିନୀ ରାଉଳ। ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ।

Pramodini Roul

ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ଏହି ନିଆରା ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ।

Pramodini Roul

୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ହିଁ ରହିଥିଲେ। ଏହା ପରେ ପ୍ରମୋଦିନୀ ଧିରେଧିରେ ସୁସ୍ଥ ହେବା ଆରମ୍ଭ କରିଥିଲେ। ୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସରୋଜ, ପ୍ରମୋଦିନୀଙ୍କର ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ।

Pramodini Roul

୨୦୧୮ ମସିହା ଲକ୍ଷ୍ନୌ ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ର୍ନିବନ୍ଧ ହୋଇଥିଲା। ଏବେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ଏବଂ ଏକ ନିଆରା ପ୍ରେମର ନିଦର୍ଶନ ଦେଖିବାକୁ ମିଳିବ।

Pramodini Roul

Other Stories