ପାରିବାରିକ କଳହ; ବାପା ଉପରକୁ ଏସିଡ୍‌ ଫିଙ୍ଗିଲା ପୁଅ

ଫୁଲବାଣୀ:ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଏସିଡ ଫିଙ୍ଗିଲା ପୁଅ। ଏମିତି ଘଟଣା ଗତକାଲି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଇଁଝର ଗାଁରେ।

ପାରିବାରିକ କଳହରୁ ପୁଅ ଅରକ୍ଷିତ ନାୟକଙ୍କୁ ତାଙ୍କ ବାପା ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଡାହାଣ ଆଖି ସହ କାନ୍ଧ, ଛାତି ଏବଂ ପିଠିର କିଛି ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରେ ରହୁଥିବା ଅରକ୍ଷିତ ଗତକାଲି କଇଁଝର ଗାଁକୁ ରାସନ୍ ଆଣିବାକୁ ଯାଇଥିଲେ। ପଞ୍ଚାୟତରୁ ରାସନ୍ ଆଣି ଘରେ ରଖିବା ପରେ ବାପାଙ୍କ ସହ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏତିକିରେ ଅରକ୍ଷିତଙ୍କ ବାପା ଏବଂ ଅନ୍ୟ ଭାଇମାନେ ଉତ୍ତ୍ୟକ୍ତ ହୋଇ ଅରକ୍ଷିତଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲେ।

ଏହାପରେ ଗୁରୁତର ହୋଇପଡ଼ିଥିଲେ ଅରକ୍ଷିତ। ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଫୁଲବାଣୀ ମେଡ଼ିକାଲ୍କୁ ପଠାଇଥିଲେ।

 

You might also like