• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ପ୍ରାର୍ଥୀ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ। ଏନେଇ ତୁରନ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ଏକ ରିପୋର୍ଟ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟସଭା ନିର୍ବାଚନ ସମୟରେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ସହ ଜାଲ୍‌ ପ୍ୟାନ୍ ଓ ଭୋଟର କାର୍ଡ ଦାଖଲ କରିଥିବା ନେଇ ମାନବାଧିକାର କର୍ମୀ ସୁବାସ ମହାପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗର ତୁରନ୍ତ ଶୁଣାଣି ହୋଇନଥିବାରୁ ଅଭିଯୋଗକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ଏହାର ସତ୍ୟାସତ୍ୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ନିର୍ବାଚନ ଆୟୋଗଙ୍କ ତରଫରୁ ଏଯାଏଁ କୌଣସି ଚିଠି ମିଳନଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିବା ବେଳେ ସେପଟେ ଏ ନେଇ ଅଚ୍ୟୁତ ସାମନ୍ତଙ୍କ ପ୍ରତିକ୍ରିୟା ମିଳିପାରିନି।

Achyuta-samanta-nomination-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories