ଯୌନ କ୍ଷୁଧାକୁ ମେଣ୍ଟାଇବାକୁ ଯାଇ ନାବାଳିକାକୁ ହତ୍ୟା କରିଥିଲା ଅଭିଯୁକ୍ତ?

ର୍ବର, ଜଘନ୍ୟ, ବୀଭତ୍ସ ଓ ବିରଳ

ଭୁବନେଶ୍ୱର: ବର୍ବର, ଜଘନ୍ୟ, ବୀଭତ୍ସ ଓ ବିରଳ। ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ସାଙ୍ଘାତିକ ତଥ୍ୟ ପଦାକୁ ଆଣିଛି ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ, SIT। ପ୍ରେସମିଟରେ ଏହି ଜଘନ୍ୟ କାଣ୍ଡର ଅଡୁଆ ସୂତାକୁ ଫିଟାଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ନିଜ ଯୌନ କ୍ଷୁଧାକୁ ମେଣ୍ଟାଇବାକୁ ଯାଇ ନାବାଳିକାକୁ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ବୋଥ୍ରା କହିଛନ୍ତି।

ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା। ଘରେ କେହି ନଥିବାର ସୁଯୋଗ ପାଇ ସରୋଜ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ନାବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ। ଆଉ ସେଥିରେ ସେ ବାଧା ଦେବାରୁ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ ସେଠୀ। ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା। ଆଉ ଅଖାରେ ପୁରାଇ ତାର ଡେଡବଡିକୁ ବାଡ଼ିପଟ ପୋଖରୀ ନିକଟରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ।

ହତ୍ୟା ପରେ ଦୁଷ୍କର୍ମ
ଅଖାରେ ବାନ୍ଧି ଫିଙ୍ଗିଥିଲା
କାହିଁକି ଆସିନଥିଲା ଗନ୍ଧ? 

ଏସଆଇଟି ଦାବି କରିଛି ଯେ, ଅଭିଯୁକ୍ତ ସ୍ୱୀକାର କରିଛି ଘଟଣା ଦିନ ପୂର୍ବ ରାତିରେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା ଏସବୁ ଦେଖିବା ପରେ ହିଁ ଏଭଳି କାଣ୍ଡ କରିଥିଲା। ତେବେ କେମିତି ସନ୍ଦେହ ଘେରକୁ ଆାସିଥିଲା ସରୋଜ? SIT ମୁଖ୍ୟ କହିଛନ୍ତି ଯେ, ତଦନ୍ତ ବେଳେ ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନିଆଯାଇଥିଲା।ଘଟଣା ଦିନ କାହା ଘରେ କିଏ ଥିଲେ, କିଏ ନଥିଲେ ତାର ଟିକିନିଖି ଯାଞ୍ଚ ବେଳେ ସରୋଜ ହିଁ ସେଦିନ ଘରେ ଏକୁଟିଆ ଥିବା ଜାଣିବାକୁ ମିଳିଥିଲା। ।

ଦ୍ୱିତୀୟରେ ସରୋଜଙ୍କ ମୋବାଇଲ୍ ଯା଼ଞ୍ଚ ବେଳେ ଏକ ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜର ପପ୍-ଅପ୍ ଆାସିଥିଲା ।ଏଥିରୁ ସନ୍ଦେହ କରି ନାବାଳିକା କଥା ପଚାରୁ ପଚାରୁ ସରୋଜ ଓଲଟା SITକୁ ପ୍ରମାଣ ମାଗିଥିଲା।ସେହିପରି ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିଲେ ବି ପ୍ରଥମରୁ ରାଜି ହୋଇନଥିଲା ସରୋଜ।ପରେ ପଲିଗ୍ରାଫ୍ ଟେଷ୍ଟରୁ ସେ ଯାହା କହିଥିଲା ମିଛ ବୋଲି ପ୍ରମାଣିତ ହୋଇଛ।

ଅଭିଯୁକ୍ତ ତଦନ୍ତକାରୀ ଟିମ୍ ନିକଟରେ ଦୋଷ ସ୍ୱୀକାର କରିଥିଲେ ବି ଘଟଣାରେ ଜଣେ ହେଲେ ପ୍ରତ୍ୟକ୍ଷଦର୍ଶୀ ନଥିବା ସ୍ପଷ୍ଟ କରିଛି SIT। ଏଥିପାଇଁ ବୈଜ୍ଞାନିକ ପ୍ରମାଣ ଏକାଠି ହେଉଛି।ସେପଟେ ଘଟଣାରେ ଆାଉ କାହାର ସଂପୃକ୍ତି ଅଛି, ଜାଣିବାକୁ ଅଭିଯୁକ୍ତ ସରୋଜକୁ ୩ ଦିନିଆ ରିମାଣ୍ଡରେ ଆାଣିଛି ଏସଆଇଟି। ତାହାସହ ବାଡ଼ିପଟ ପୋଖରୀରେ ନାବାଳିକାର ଲେଙ୍ଗିଗ୍ସ ଫିଙ୍ଗା ଯାଇଥିବା ଜଣାପଡ଼ିବା ପରେ ତାକୁ ଖୋଜିବା ପାଇଁ ପୋଖରୀକୁ ଶୁଖାଯାଉଛି।ତେବେ ମୃତଦେହ ନଷ୍ଟ ପାଇଁ କେମିକାଲ୍ ବ୍ୟବହାର ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଛି। ମାମଲାରେ ଅନ୍ୟ କେହି ସଂପୃକ୍ତ ନା ନାହିଁ ତାର ଖୋଳତାଡ଼ ଜାରି ରହିଛି।

You might also like