ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନବବଧୂଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଗିରଫ ବାପ ପୁଅ ହେଲେ ହେଲେ ମୁକ୍ତିକାନ୍ତ ଦାସ ଓ ବାଞ୍ଛାନିଧି ଦାସ। ଘଟଣା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ମାମଲା ରୁଜୁ ପରେ ଉଭୟେ ସ୍ଥଳପଥ ଦେଇ ବାଂଲାଦେଶ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଶେରଗଡ଼ ଛକରୁ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।
ଅଭିଯୋଗ ଅନୁସାରେ, ତିନି ମାସ ତଳେ ବାହା ହୋଇଥିବା ନବବଧୁଙ୍କୁ ସୁନା ଚେନ୍ ପାଇଁ ଶାଶୁଘର ଲୋକେ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ହେଲେ ନିର୍ଯାତନା ଗତକାଲି ସବୁ ସୀମା ଟପିଯାଇଥିଲା। ଚେନ୍ ନମିଳିବାରୁ ବୋହୂ ଦେହରେ ଶାଶୁ ଘର ଲୋକେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗି ଜୀବନ ବିକଳରେ ନବବଧୂ ରାସ୍ତାରେ ଧାଉଁଥିବା ବେଳେ ରାସ୍ତାରେ ଯାଉଥିବା ଦୁଇ ଜଣ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାରକାରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେବି ପୀଡ଼ିତା ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।