ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନାରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।

ସୁନ୍ଦରଗଡ଼ ଜିଲ୍ଲାର ଜଣେ ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ପୁଲିସ୍‌ ମଧ୍ୟପ୍ରଦେଶର ସୁନୀଲ ଲୋଧୀଙ୍କୁ ଗିରଫ କରିଥିଲା। ଗତକାଲି ଧାରୁଆଡିହି ଥାନା ହେପାଜତରେ ଥିବା ବେଳେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଦାଗ ଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣାପଡିନାହିଁ।

ଗତ କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି ଦେବାକୁ କହି ଦୁଇ ଜଣ ଦଲାଲ ଯୁଗଳ ଓରାମ ଓ ସବିତା ଦୁବେ ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଥିଲେ। ଏହି ଘଟଣାରେ  ପୁଲିସ୍‌ ତଦନ୍ତ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁନୀଲ ଓ ଦୁଇ ଦଲାଲଙ୍କୁ ଗିରଫ କରିଥିଲା।

ଗତକାଲିଠୁ ପୁଲିସ୍‌ ହାଜତରେ ଥିବା ବେଳେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ଘଟଣା ସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like