• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁରୀ(ପ୍ରଦୀପ ମହାନ୍ତି): ହାଜତ ଭିତରେ ମଶାଧୂପ ଷ୍ଟାଣ୍ଡ୍‌ରେ ନିଜ ହାତ ଏବଂ ବେକ କାଟି ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁରୀ ତାଳବଣିଆ ଥାନା ହାଜତରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ବାଲିଗୁଆଳୀ ଅଞ୍ଚଳର କାବୁ ପ୍ରଧାନ।

ଅଭିଯୁକ୍ତଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏହି ଘଟଣା ପରେ ସମ୍ପୃକ୍ତ ଅଭିିଯୁକ୍ତଙ୍କ ବିରୋଧରେ ପୋଲିସ୍ ଆଉ ଏକ ମାମଲା ରୁଜୁ କରିବା ସହ ଚିକିତ୍ସା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି। କେଉଁ କାରଣ ପାଇଁ ଅଭିଯୁକ୍ତ ଜଣକ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଜଣାପଡ଼ି ନାହିଁ।

ରବିବାର ରାତିରେ ଏକ ଡକାୟତି ମାମଲାରେ ତାଳବଣିଆ ପୋଲିସ୍‌ କାବୁ ପ୍ରଧାନଙ୍କ ସମେତ ୫ ଜଣ ଡକାୟତଙ୍କୁ ଗିରଫ କରିଥିଲେ।

Accused-attempts-suicide-inside-police-station-lock-up
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories