ଭୁବନେଶ୍ୱର: ପାଟକୁରା ପୋଲିସର ବଡ଼ ସଫଳତା। ଜାମିନ୍ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପାଟକୁରା ପୋଲିସ। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। NBW ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ପାଟକୁରା ପୋଲିସ ଗିରଫ କରିଛି। ଗିରଫ କରିଥିବା ପାଟକୁରା ପୋଲିସକୁ ଟ୍ୱିଟ୍ ଯୋଗେ ଡିଜିପି ପ୍ରଶଂସା କରିଛନ୍ତି।
https://twitter.com/DGPOdisha/status/1370649139873075202?s=20
ସେହିପରି ମଧୁପାଟଣା ପୋଲିସ୍କୁ ପ୍ରଶଂସା କରିଛନ୍ତି ଡିଜିପି ଓ କଟକ ଡିସିପି। ଜାମିନ୍ ବିହୀନ ଗିରଫ ପରଓ୍ୱାନାର ୨୧ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଛି ମଧୁପାଟଣା ପୋଲିସ। ଏକ ହତ୍ୟା ମାମଲାରେ ୨୧ ବର୍ଷ ପରେ ସୁଶାନ୍ତ କୁମାର ସାହୁଙ୍କୁ ପୋଲିସ ଗିରଫ କରିଛି। NBW ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ମଧୁପାଟଣା ପୋଲିସ ଗିରଫ କରିଛି। ଗିରଫ କରିଥିବା ମଧୁପାଟଣା ଆଇଆଇସି ଓ ପୋଲିସ ଟିମ୍କୁ ଟ୍ୱିଟ୍ ଯୋଗେ ଡିଜିପି ଓ କଟକ ଡିସିପି ପ୍ରଶଂସା କରିଛନ୍ତି।