• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍‌ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବ‍ଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।  ଗତ ସପ୍ତାହକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫ଜଣଙ୍କ ଜୀବନ ଗଲାଣି। ଏବେ ପୋଲିସ କମିଶନରଙ୍କ ନିଦ ଭାଙ୍ଗିଛି। କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବା NHରେ ବ୍ଲାକସ୍ପଟ ଚିହ୍ନଟ କରିବା ଲାଗି ପୋଲିସ କମିଶନର ଟ୍ରାଫିକ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ ଉପରୁ ପଡ଼ି ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି । ସ୍କୁଟିରେ ଯାଉଥିବାବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଭାରିଯାନ ସାଇଡ୍ ମାରିବାରୁ ସେମାନେ ଭାରସାମ୍ୟ ହରାଇ ଓଭର୍ ବ୍ରିଜ୍ ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଥିଲେ।

ସେହିପରି ମେ ୨୧ ବିଳମ୍ବିତ ରାତିରେ ସିଆରପିଏଫ ଓଭରବ୍ରିଜ ଉପରେ ଏକ ବାଉଁଶ ବୋଝେଇ ଟ୍ରକକୁ ପଛପଟୁ ଅଏଲ ଟ୍ୟାଙ୍କର  ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିଲା।  ମେ ୨୫ରେ ସେହି ସିଆରପିଏଫ ଓଭରବ୍ରିଜ ଉପରେ ଟ୍ରକ ଚକା ତଳେ ପଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସହ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଥିଲେ।

ଦିନକୁ ଦିନ ସହର ଭିତରେ ଏପରି ଦୁର୍ଘଟଣା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଘରୁ ବାହାରିଲେ ଜୀବନ ଅସୁରକ୍ଷିତ ହୋଇପଡ଼ୁଛି। ଏତେ ସବୁ ପରେ ବି କର୍ତ୍ତୃପକ୍ଷ ନିଷ୍କ୍ରିୟ । ଟ୍ରାଫିକ ପୋଲିସ ଥାଇ ବି ନ ଥିଲା ପରି।  ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ବି କିଛି ପ୍ରତିକ୍ରିୟା ନାହିଁ ଟ୍ରାଫିକ ପୋଲିସ୍‌ର। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସହର ଭିତରେ ହେଉ କି ଜାତୀୟ ରାଜପଥରେ, ନିର୍ଦ୍ଦିଷ୍ଟ ବେଗରେ ଗାଡ଼ି ଚଳାଇବା ପାଇଁ ନିୟମ ଥିଲେ ବି ଏହାକୁ ଖାତିର କରୁନାହିଁନ୍ତି ଗାଡ଼ି ଚାଳକ।

ଅନ୍ୟପକ୍ଷେ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଅଧିକାଂଶ ଦୁର୍ଘଟଣା ପଛରେ ଦ୍ରୁତ ଓ ବେପରୁଆ ଡ୍ରାଇଭିଂ ପ୍ରମୁଖ କାରଣ।ଏଥିପାଇଁ ସ୍ପିଡ୍ ବ୍ରେକର୍ ଓ ଇଣ୍ଟର୍ ସେପ୍ଟରର ବ୍ୟବହାର କରାଯିବ। ଏଥିସହ ଏନ୍ଏଚ୍‌ରେ ବଢ଼ିଚାଲିଥିବା ଦୁର୍ଘଟଣାକୁ କମାଇବା ଉପରେ ଗୁରୁତ୍ୱ ଦେବାକୁ ତଥା ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବାକୁ ସେ  ଟ୍ରାଫିକ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

କେବଳ ସହରର ଭିତରେ ନୁହେଁ, ସାରା ରାଜ୍ୟରେ ବଢି ଚାଲିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା।  ୨୦୧୭ରେ ଏହି ମୃତ୍ୟୁ ସଂଖ୍ୟା ୪୭୯୦ ଥିବାବେଳେ ୨୦୧୮ରେ ଏହା ୫୩୦୦କୁ ବୃଦ୍ଧି ପାଇଥିଲା।

 

 

Accidental-death-grows-in-overbridge021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories