ନୂଅାପଡ଼ା : ନୂଅାପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜି ବାହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। NH ୩୫୩ରେ କାର୍ ଓଲଟି ବାପ-ପୁଅ ମୃତ। ବୋହୂ ଓ ଶାଶୂ ଗୁରୁତର ଭାବେ ଅାହତ ହୋଇ ନୂଅାପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମୃତାହତମାନ ଛତିଶଗଡ଼ ଦୁର୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏକ କାର୍ରେ ସେମାନେ ଅାସୁଥିବା ବେଳେ ଭାରସାମ୍ୟ ହରାଇ ତାହା ଓଲଟି ପଡ଼ିଥିଲା। ଅମିତ ସିଂହ ଓ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅମିତଙ୍କ ମାଅା ରୋଜା ଓ ସ୍ତ୍ରୀ ମୁସ୍କାନ୍ ଗୁରୁତର ଅାହତ ହୋଇଛନ୍ତି। ସେମାନେ ନୂଅାପଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।