ଗଛକୁ ପିଟିଲା ଯାତ୍ରୀବାହୀ ବସ୍

ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ଅଭିଯୋଗ

ନୟାଗଡ଼  : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ରାମଚନ୍ଦ୍ରପୁରରେ ଗଛକୁ ପିଟିଲା ଯାତ୍ରୀବାହୀ ବସ। ୧୨ ଅାହତ ୧୨ ଜଣ ଅାହତଙ୍କୁ ପ୍ରଥମେ ଖଣ୍ଡପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଗାଡ଼ିଟି ଗଣିଅାରୁ କୋସିକା ଦେଇ ନୟାଗଡ଼ ଅାସିବା ବେଳେ ରାମଚନ୍ଦ୍ରପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ଅାହତ ଯାତ୍ରୀ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛି।

You might also like