ବାଇକକୁ ଧକ୍କା ଦେଲା କାର : ଜଣେ ମୃତ,କାର ଡ୍ରାଇଭର ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବାଇକକୁ ଧକ୍କା ଦେଲା କାର। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆ ଜଣେ ଗୁରୁତର ହୋଇଛନ୍ତି। ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବଏ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

ଗୁରୁତର ଡ୍ରାଇଭର ଜଣକ ନିଜେ କାରର ମାଲିକ ଏବଂ ବଲାଙ୍ଗିର ସହରର ବୋଲି ସୂଚନା ମିଳିଛି । ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲକୁ ପଠାଇବା ସହିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଦୁର୍ଘଟଣା ସ୍ଥଳ ଠାରୁ ଅଳ୍ପ ଦୂରରେ ବୋଲେରୋ ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ସେଠାରେ ପୁଣି ଏକ ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଛି, ଯାହାକୁ ନେଇ ସାରା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

You might also like