ଦୁର୍ଘଟଣା: ପ୍ରବାସୀଙ୍କ ସମେତ ୨ ମୃତ

ବାଲେଶ୍ୱର/ଟାଙ୍ଗି: ବାଲେଶ୍ୱର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା ଘଟି ଜଣେ ପ୍ରବାସୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖନ୍ତାପଡ଼ା ଉଳିଆପାଟଣାରେ ଟ୍ରକ ପଛରୁ ଟ୍ରକ ଧକ୍କା ଦେବାରୁ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ପ୍ରବାସୀ ଜଣକ ପଛ ଟ୍ରକର ସାମନାରେ ବସିଥିଲେ ।

ସେହିପରି ପଣପଣା ନିକଟରେ କୋଲକାତାରେ ପ୍ରବାସୀଙ୍କୁ ଛାଡ଼ି ଭୁବନେଶ୍ୱର ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକକୁ ଧକ୍କା ଦେବାରୁ ଏଥିରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ବସ୍ ଡ୍ରାଇଭର ଆହତ ହୋଇଛନ୍ତି।

You might also like