ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ  ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି।

ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍‌ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍‌ଟି ପୂର୍ବରୁ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ଦେଇଥିଲା ଯେ ବସ୍‌ର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

ଖବର ପାଇ ଟାଙ୍ଗି ପୋଲିସ ଓ ଅଗ୍ନିଶମ କର୍ମଚାରୀ ମୃତାହତମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ବସରେ ଥିବା ଅନ୍ୟ ଓଡ଼ିଆମାନଙ୍କୁ ଅନ୍ୟବସରେ ଘରକୁ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ସୂଚନାଥାଉ କି, ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ‘ଆଶୀର୍ବାଦ’ ନାମକ ଏକ ଘରୋଇ ବସ୍ ଗତକାଲି ସକାଳେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏଥିରେ ବସ୍ ଡ୍ରାଇଭର ଓ ହେଲ୍‌ପର୍‌ ସାମାନ୍ୟ ଆହତ ହୋଇଥିଲେ।

ସେହିପରି ଗତ ୨ ତାରିଖ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣ ୩ ଆହତ ହୋଇଥିଲେ । ୩ ତାରିଖ ମଧ୍ୟ  ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଘାଟିରେ ପିଟି ହେଇଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like