ଅଟୋକୁ ଧକ୍କା ଦେଲା ଡମ୍ପର; ଆଖି ବୁଜିଲେ ପରିବାରର ୩ ସଦସ୍ୟ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏହି ଦୁର୍ଘଟଣା ଘଟିଛି।  ଏକ ପିଚୁ ବୋଝେଇ ଡମ୍ପର ଆସି ହଠାତ୍‌ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା।

ଅଟୋକୁ ଧକ୍କା ଦେଇ ଡମ୍ପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ତେବେ ଦୁର୍ଘଟଣାସ୍ଥଳରେ ୨ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

You might also like