ଟ୍ରାକ୍ଟର ତଳେ ଚାପି ହୋଇଗଲେ ୪ ଶ୍ରମିକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  କାଦୁଅପଦରଠାରେ ଏକ ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ଶ୍ରମିକମାନେ କାମ ସାରି ରାତି ୮ଟାରେ ନିଜ ଗାଁ ଲାବେନସରକୁ ଟ୍ରାକ୍ଟରରେ ବସି  ଯାଉଥିବା ବେଳେ କାଦୁଅ ପଦରଠାରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ  ଟ୍ରାକ୍ଟର ତଳେ ଚାପି ହୋଇ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣଙ୍କର ମେଡିକାଲରେ ଜୀବନ ଯାଇଛି । ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ, ଶଗଡ଼ାରୁ ସମସ୍ତେ ନିଜ ଗାଁ ଲାବଣେଶ୍ୱରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। 

You might also like