କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ; ଘୋଷଣା ହେଲା ଆକ୍ସେସ୍ କଣ୍ଟ୍ରୋଲ ଜୋନ୍

ବ୍ରହ୍ମପୁର: କରୋନା ସଂକ୍ରମଣ ଆଶଙ୍କାରେ ବ୍ରହ୍ମପୁର ମହାନଗର ନିଗମର କଡା ପଦକ୍ଷେପ । ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଛି ମହାନଗର ନିଗମ । ସହରର ବଡ଼ବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ୍ କଣ୍ଟ୍ରୋଲ ଜୋନ ଘୋଷଣା କରାଯାଇଛି ।

ଏଥିସହିତ ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ । ଏହି ଜୋନ୍ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗଯାଇଛି । ସେହିପରି ସାହି ଭିତରେ ଥିବା ସବୁ ଲୋକଙ୍କୁ ହୋମ କ୍ୱାରେଣ୍ଟିନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଜୋନ୍ ଭିତରେ ସମସ୍ତ ପ୍ରକାର ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ଜୋନ୍ ପରିସରରେ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ଏହି ସମୟରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।

You might also like