ବିଧାନସଭାରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଶାସକ ଦଳକୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ ଟାର୍ଗେଟ କରିଛି। ଶାସକ ଦଳ ପାଇଁ ପାଟକୁରା ନିର୍ବାଚନ ଆଗ ନା, ଗୃହ ଆଗ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ସମୟରେ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ରଖାଯିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ କରିଛି। ଏଥିସହ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ବାଚସ୍ପତିଙ୍କ ନିକଟରେ ଦଳ ଦାବି କରିଛି।

ଗତ ୧୨ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡର କୌଣସି ବୈଠକ ବସି ନ ଥିବା ବେଳେ ପାଟକୁରା ନିର୍ବାଚନ ପାଇଁ ସରକାର ଏତେ ଗୁରୁତ୍ୱ ଦେବା ସରକାରୀ ଦଳର ଏହା କି ପ୍ରକାର ମନୋଭାବ ବୋଲି ବିଜେପି ପ୍ରଶ୍ନ କରିଛି।

You might also like