କଣ୍ଟିଲୋରୁ ଧରାପଡିଲେ ଅଶ୍ଳିଳ ଭିଡିଓ ଭାଇରାଲ କରିଥିବା ଯୁବକ
ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ ଡାକ୍ତରୀମାଇନା କରାଇଛି। ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତଛାତ୍ରୀ ନୀଳମାଧବ କଲେଜର ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏନେଇ ତଦନ୍ତ ଜାରି ରହିଥିଲା। ସେପଟେ ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଦୁଇ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଥିଲେ।