‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ: ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି। ଯେତିକି ଜଙ୍ଗଲ ଉଜୁଡ଼ିଛି, ତାର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଆହୁରି ୨୦ ବର୍ଷ ଲାଗିଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି।

ତଥାପି ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପୂର୍ବାବସ୍ଥା ଫେରାଇ ଅଣାଯିବାକୁ ଉଦ୍ୟମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ, ‘ଫୋନି’ ପ୍ରଭାବରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଗଛ ପଡ଼ିଯିବା ଯୋଗୁ କେତେକ ହରିଣଙ୍କ ମୃତ୍ୟୁ ହୋଇଛି ଓ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଅଭୟାରଣ୍ୟକୁ ଅନେକ ହରିଣ ଫେରି ଆସିଲେଣି। ବାକି ହରିଣଙ୍କୁ ଫେରାଇ ଅଣାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

You might also like