• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ସଂଶୋଧିତ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ୨ ମାସରେ ଏକ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି।

ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬ ଲକ୍ଷ ୮୫୦ଟଙ୍କା ଆଦାୟ ହୋଇଥିବା ବେଳେ ବୀମା ନଥିବା ଯୋଗୁ ୨୧୧୧ ଜଣଙ୍କ ଠାରୁ ୧୩ ଲକ୍ଷ ୭୯ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି। ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ୧୧୭୭ଜଣଙ୍କ ଠାରୁ ୩୮ଲକ୍ଷ ୧୬ ହଜାର ୧୧୦ଟଙ୍କା ଆଦାୟ କରାଯାଇଛି।

ସେହିପରି ମଦ ପିଇ ବେପରୁଆ ଭାବେ ଗାଡି ଚଳାଉଥିବା ଅଭିଯୋଗରେ ୪୯୦ ଜଣଙ୍କ ଠାରୁ ୭, ୩୮, ୧୦୦ଟଙ୍କା ଆଦାୟ କରାଯାଇଛି। ସଂଶୋଧିତ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ସେପ୍ଟେମ୍ବର ପହିଲାରୁ ନଭେମ୍ବର ପହିଲା ମଧ୍ୟରେ ରାଜ୍ୟରେ କେତେ ପରିମାଣରେ ଜରିମାନା ଆଦାୟ ହୋଇଛି ସେ ନେଇ ବିଧାୟକ ମୋହନ ମାଝି ଗୃହରେ ପ୍ରଶ୍ନ ପଚାରିଥିଲେ।

Above-1-crore-fined-collected-after-implementation-of-new-motor-vehicle-act
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories