• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ।
କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ର ଗୁରୁତର ଅଛନ୍ତି। ଚିକିତ୍ସା ପାଇଁ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ।

ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର ଲୋକଙ୍କୁ ଶୀଘ୍ର ପ୍ରାଣରକ୍ଷକ ଇକ୍‌ମୋ ଚିକିତ୍ସା ପଦ୍ଧତି ଆପଣାଇବାକୁ ଡାକ୍ତର ଶେଷବାଣୀ ଶୁଣାଇଥିଲେ। ହେଲେ ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା ଦରକାର ଥିଲା। ତେବେ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯାହାକି ଏକ ମଧ୍ୟବିତ ପରିବାର ଏତେ ପରିମାଣର ଟଙ୍କା ଯୋଗାଡ କରିବା ପାଇଁ ଅସମର୍ଥ ହୋଇପଡିଛନ୍ତି।

ଏଣେ ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ କିନ୍ତୁ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମରତ, ତାକୁ ଦେଖି ସହ୍ୟ କରିପାରୁନାହାନ୍ତି ନବ ବିବାହିତା ପତ୍ନୀ ମୌସୁମୀ। ଅଭିଷେକଙ୍କ ମାଆ ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ଏପଟେ ସହାୟତା ଯୋଗାଡ଼ କରି ତାଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିଷେକ ବନ୍ଧୁ ଗୋଷ୍ଠୀ।

Abhishek-mohapatra-brought-to-biju-patnaik-international-aiport
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories